March 4, 2026

୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ କରୋନା ଆକ୍ରାନ୍ତ‌ ଚିହ୍ନଟ,କମୁଛି ଲୋକାଲ୍‌ କେସ୍‌

 

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧,୩୮୫ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ରୁ ସର୍ବାଧିକ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୧,୩୮୫  ଆକ୍ରାନ୍ତଙ୍କ ମଧ୍ୟରୁ ୭୯୮  ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୮୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି।

Spread the love