January 23, 2026

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: କିଛିଦିନ ତଳେ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଡିପ୍ରେସନ ଦୁର୍ବଳ ହୋଇ ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସର ଏରିଆ(ଲଘୁଚାପ କ୍ଷେତ୍ର) ପରିଣତ ହୋଇଥିବା ବେଳେ ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଅକ୍ଟୋବର ୨୯ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସେହିପରି ଅକ୍ଟୋବର ୨୯ ଯାଏ ରାଜ୍ୟରେ ପାଣିପାଗ କେମିତି ରହିବ ସେନେଇ ପାଣିପାଗ ବିଭାଗ ଆକଳନ କରିଛି। ଅକ୍ଟୋବର ୨୫ରେ ଉପକୂଳ ଓଡ଼ିଶା ଜିଲ୍ଲା ଗୁଡ଼ିକ, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାକି ଜିଲ୍ଲା ଗୁଡ଼ିକରେ ପାଗ ଶୁଖିଲା ରହିପାରେ।

Spread the love