March 11, 2026

୩ ଦିନ ଗୋପାଳପୁର ଓ ସୁନପୁର ବେଳାଭୂମି ପର୍ଯ୍ୟଟକଙ୍କୁ ମନା

 

ଗୋପାଳପୁର: ଆଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ ସୁନପୁର ବେଳାଭୂମିକୁ ନଆସିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି।

୩ ଦିନ ସମୁଦ୍ରବେଳାକୁ ନ ଆସିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସମୁଦ୍ରବେଳାରେ ଉନ୍ନତିମୂଳକ କାର୍ଯ୍ୟ ସହ ସଫେଇ କାମ ଥିବାରୁ ସମୁଦ୍ରବେଳାକୁ ବନ୍ଦ କରାଯାଇଛି। ଆଜିଠାରୁ ସମୁଦ୍ରବେଳାରେ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ଆଶଙ୍କା ଥିବାରୁ ଲୋକଙ୍କୁ ନଆସିବାକୁ ପରାମର୍ଶ ଦିଆଯାଇଛି।

Spread the love