September 16, 2025

୩ ଦିନ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

 

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ରାଜଧାନୀ ଭୁବନେଶ୍ୱରରେ କୁହୁଡ଼ିର ମାତ୍ରା ଅଧିକ ଥିଲା। କୁହୁଡ଼ି ଯୋଗୁ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖାପାଖ ଅଞ୍ଚଳରେ ଦୃଶ୍ୟମାନ ଦୂରତା ହ୍ରାସ ପାଇଥିଲା। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କଟକରେ ଭିଜିବିଲିଟି ୧୦୦ ମିଟରକୁ ଖସି ଆସିଥିଲା। ସେହିପରି ପାରାଦୀପରେ ଦୃଶ୍ୟମାନ ଦୂରତା ୫୦ ମିଟରକୁ ହ୍ରାସ ପାଇଥିଲା। ବାରିପଦା, ବାଲେଶ୍ୱରରେ ମଧ୍ୟମ ଧରଣର କୁହୁଡ଼ି ହୋଇଥିଲା। ସବୁଠାରୁ ଅଧିକ କୁହୁଡ଼ି ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ଦେଖିବାକୁ ମିଳିଥିଲା। ଏଠାରେ ଦୃଶ୍ୟମାନ ଦୂରତା ୨୫ ମିଟରକୁ ଖସି ଆସିଥିଲା।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Spread the love