July 7, 2025

5-T ସଚିବ ଭି.କେ. ପାଣ୍ଡିଆନଙ୍କ ନବରଙ୍ଗପୁର ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

 

ନବରଙ୍ଗପୁର ୨୮।୭: ନବରଙ୍ଗପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପ୍ରିନ୍ସିପାଲ ସେକ୍ରେଟେରୀ ଓ୍ବାଟର ରିସୋର୍ସ, ଅନୁ ଗର୍ଗ, ମିଶନ ଡ଼ାଇରେକ୍ଟର ଏନଏଚଏମ, ସାଳିନୀ ପଣ୍ଡିତ ଏବଂ ସ୍ପେସିଆଲ ସେକ୍ରେଟେରୀ ଟୁ ସିଏମ୍ ଭିନିଲ କ୍ରିଷ୍ଣା । ରାଜ୍ୟ ସରକାରଙ୍କ ଏହି ୫ ଜଣ ପ୍ରମୁଖ ସଚିବ ଭୁବନେଶ୍ବରରୁ ବିମାନ ଯୋଗେ ଜୟପୁର ଏୟାରପୋର୍ଟରେ ପହଞ୍ଚିବା ପରେ, ଜୟପୁରରୁ ନବରଙ୍ଗପୁର ପର୍ଯ୍ୟନ୍ତ ୪୪ କିଲୋମିଟର ରାସ୍ତାରେ ଆସି ପହଞ୍ଚିଥିଲେ ।

ଏହି ୫-ସଚିବଙ୍କର ନବରଙ୍ଗପୁରରେ ମୋଟ୍ ଦେଢ଼ ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା । ଏହି ଦେଢ଼ ଘଣ୍ଟା ମଧ୍ୟରେ ନବରଙ୍ଗପୁର ସହର ଉପକଣ୍ଠ ସ୍ଥିତ ବଡ଼ ଡ଼ାଇଭଟ୍ଟା ଗ୍ରାମର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଓ ବଙ୍ଗଳାଗୁଡା ସ୍ଥିତ ନିର୍ମାଣାଧୀନ ଜଳ ସେଚନ ପ୍ରକଳ୍ପ ବୁଲି ଦେଖିଥିଲେ । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ନିର୍ମାଣାଧୀନ ୨ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ ଗୃହ ଓ ନିର୍ମାଣାଧୀନ ଅକ୍ସିଜେନ ପ୍ଲାଣ୍ଟ ବୁଲି ଦେଖିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ପ୍ରକଳ୍ପ ଗୁଡିକ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଟୁରି ଗୁଙ୍ଗଟାଟ ନଦୀ ଉପରେ ପ୍ରସ୍ତାବିତ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । କାର୍ଯ୍ୟକ୍ରମ ସାରି ପୁଣି କୋରାପୁଟ ଫେରିଛନ୍ତି ।

Spread the love