September 19, 2024

Satya News

odia news channel

ଜିଲ୍ଲା ଜଜଙ୍କ ବଦଳି ଦାବିରେ ଆଜିଠାରୁ ଓକିଲ ସଂଘର ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ

 

ମାଲକାନଗିରି:  ମାଲକାନଗିରିର ଅତିରିକ୍ତ ଜିଲ୍ଲାପାଳଙ୍କୁ ଓକିଲଙ୍କ ଦୁର୍ବ୍ୟବହାର ମାମଲା ନୂଆ ମୋଡ଼ ନେଇଛି। ଜିଲ୍ଲା ଜଜଙ୍କ ବଦଳି ଦାବିରେ ଆଜିଠାରୁ ଓକିଲ ସଂଘ ତରଫରୁ ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ଓକିଲ ସଂଘ ସଭାଗୃହରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ୧୦୦ରୁ ଉର୍ଦ୍ଧ୍ବ ଆଇନଜୀବୀ ଉପସ୍ଥିତ ଥିଲେ। ଗତ ୧୩ ତାରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମେଗା ଆଇନ ସେବା କ୍ୟାମ୍ପ ହୋଇଥିଲା। ଏଥିରେ ଜଣେ ଅଧ୍ୟାପକ ରଞ୍ଜନ କୁମାର ସ୍ୱାଇଁକୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକଙ୍କୁ ନ ଡାକିବା ପାଇଁ ଜିଲ୍ଲା ଜଜ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଅବଗତ କରାଯାଇଥିଲା। କାରଣ ଉକ୍ତ ଅଧ୍ୟାପକ ଓକିଲ ସମାଜକୁ ବିଭିନ୍ନ ପ୍ରକାର ଅପମାନ କରିବା ଯୋଗୁ ତାଙ୍କୁ ଜୁଡିସିଆଲର କୌଣସି ପ୍ରୋଗ୍ରାମକୁ ନ ଡାକିବାକୁ ଲିଖିତ ଦିଆଯାଇଥିଲା। ତା ସତ୍ୱେ ମଧ୍ୟ ତାଙ୍କୁ ସେଠାକୁ ଡକା ଯାଇଥିଲା। ତାଙ୍କୁ ପୋଗ୍ରାମରୁ ବାହାର କରିବାକୁ ଓକିଲ ଅଡ଼ି ବସିଥିଲେ। ତାଙ୍କୁ ବାହାର କରା ନଗଲେ କାର୍ଯ୍ୟକ୍ରମ କରାଇ ନଦେବା ପାଇଁ ଓକିଲ ସଂଘ ଅଡ଼ି ବସିଥିଲା।ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟକ୍ରମକୁ ଆସିଥିଲେ। ତାଙ୍କୁ ଅନୁରୋଧ କରାଯାଇଥିଲା ଯେ ଅଧ୍ୟାପକ ନ ବାହାରିଲେ କାର୍ଯ୍ୟକ୍ରମକୁ କାହାରିକୁ ଛାଡ଼ିବୁ ନାହିଁ। ସେ ଜୋର ଜବରଦସ୍ତି ଯିବାକୁ ଚାହୁଁଥିବା ବେଳେ ଓକିଲମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଟକାଇଥିଲେ। ସେ ମଧ୍ୟ ଓକିଲଙ୍କ ଅନୁରୋଧରେ କାର୍ଯ୍ୟକ୍ରମକୁ ଯାଇ ନଥିଲେ। ଏହା ପରେ ଆଜି ଓକିଲ ସଂଘ ତରଫରୁ ଆୟୋଜିତ ବୈଠକରେ ଜିଲ୍ଲା ଜଜଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଥିଲା।

Spread the love