October 18, 2024

Satya News

odia news channel

ଡ୍ରାଇଭର ଓ ମାଲିକଙ୍କ ଉପରେ ମରଣାନ୍ତ୍ର ଆକ୍ରମଣ, ଭ୍ୟାନରୁ ୩.୪୫ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

 

ବିନିକା ୧୭/୧୧ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିଶାଲପାଲି ଛକ ନିକଟରେ ଏକ ପିକଅପ ଭ୍ୟାନ୍‌ରୁ ଲୁଟ୍। ଡ୍ରାଇଭର ଓ ଗାଡି ମାଲିକଙ୍କ ଉପରେ ମରଣାନ୍ତ୍ର ଆକ୍ରମଣ କରି ତିନି ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଏନେଇ ବିନିକା ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଆସ୍କାରୁ ଏକ ପିକଅପରେ ଗାଡ଼ି ମାଲିକ ଓ ହେଲପର ବରଗଡ଼ ଯାଉଥିଲେ।  ଏହି ସମୟରେ ବିନିକା ବିଶାଲପାଲି ଛକ ପାଖରେ ୬ ଜଣ ଦୁର୍ବୃତ୍ତ ବାଇକରେ ଆସି ଗାଡ଼ିକୁ ଅଟକାଇବା ସହ ଡ୍ରାଇଭର ଓ ମାଲିକଙ୍କୁ ଆକ୍ରମଣ କରି ତାଙ୍କ ପାଖରୁ ୩ଲକ୍ଷ ୪୫ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି।  ଅଭିଯୁକ୍ତ ମାନେ ଗାଡ଼ି ମାଲିକଙ୍କୁ ମାଡ଼ ମାରିବା ସହ ଗାଡ଼ି ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି l

ଗାଡ଼ି ମାଲିକ ଓ ଡ୍ରାଇଭର ପିକଅପ OD-14AM-4114 ନମ୍ବର ଗାଡ଼ିରେ ଗଞ୍ଜାମ ଜିଲ୍ଲା ଆସିକାରୁ ଫେନ୍ସୀ ସାମଗ୍ରୀ ଦେଇ ଫେରିବା ସମୟରେ ବିଶାଳପାଲି ଛକରେ ଏହି ଦୁର୍ଘଟଣା ଘଟିଛି।  ପିକଅପ ମାଲିକ  ବରଗଡ଼ର ସୁରେଶ ଠାକୁର ହୋଇଥିବା ବେଳେ ଜୟପାଲ ମହାନନ୍ଦ ଡ୍ରାଇଭର ବୋଲି ଜଣାପଡିଛି I

Spread the love