
ଚିକିଟି : ବୋଲେରୋ ଧକ୍କାରେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ୪ଜଣ ଗୁରୁତର ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ସୁନାପୁରରେ। ଭଞ୍ଜନଗରର କିଛି ପର୍ଯ୍ୟଟକ ସୁନାପୁର ବେଳାଭୂମୀକୁ ବୁଲିବାକୁ ଆସିଥିଲେ । ସୁନାପୁର ବୁଲି ଅନନ୍ତ ରାୟ ପୁର ଯିବା ରାସ୍ତା କଡ଼ ରେ ଶୁଖା ଯାଇଥିବା ଶୁଖୁଆ କିଣିବା ଉଦେଶ୍ୟ ରେ ଓହ୍ଲାଇବା ପରେ ବୋଲେରୋ ଟି ଆଗକୁ ଯାଇ ବୁଲାଇ ଆସୁଥିବା ବେଳେ ଧିବର ମହିଳା ଟଭା ବେହେରାଙ୍କୁ ଧକ୍କା ଦେଇ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଟଭାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିବା ମେରାଇନ ଥାନା ରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ମେରାଇନ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ବେଳେ ଦୁର୍ଘଟଣା ଗସ୍ତ ବୋଲେରୋକୁ ଜବତ କରିଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍