କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି ର କର୍ମଚାରୀ ୫ଦଫା ଦାବୀ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ଓଡିଶା ସମବାୟ ସମିତି ର ମହାସଂଘର ସମ୍ପାଦକ ନିଲମ୍ବର ନାୟକ ଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ସମବାୟ ସମିତି ର ଶାଖା ପରିଚାଳକ ସିହେଚ କୋଟେଶ୍ୱର ରାଓ ଙ୍କ ନେତୃତ୍ୱରେ ୫ଦଫା ଦାବି ନେଇ ଚଳିତ ମାସ ୧୪ ତାରିଖ ଠାରୁ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ଧାରଣାରେ ବସିଛନ୍ତି ।ଦାବୀ ଗୁଡିକ ହେଲା ସିଓ ପଦବୀ ବନ୍ଦ କରାଯାଉ, ଲ୍ୟାମ୍ପ କର୍ମଚାରୀ ଙ୍କୁ ସରକାରୀ ପଦବୀ ,ସପ୍ତମ ବେତନ ଲାଗୁ କରାଯାଉ, ବୀମା ଅନ୍ତର୍ଭୁକ୍ତ କରାଯାଉ ଓ ପଦର୍ଣ୍ଣତି ଦିଆଯାଉ ବୋଲି ଉଲ୍ଲେଖ କରିଛନ୍ତି ।ଏଥିରେ ଲ୍ୟାମ୍ପ ର ଆସିପୁ ନୀଳକଣ୍ଠ, ସିଲା ନିରଞ୍ଜନ,ତାରିଣୀ ପ୍ରସାଦ ତ୍ରିପାଠୀ, ବିଭୀଷଣ ବିଶୋଇ ପ୍ରମୁଖ ଉପସ୍ଥିତ ରହିଛନ୍ତି ।ଆସନ୍ତା ୧୫ ତାରିଖରେ ଧାନ ମଣ୍ଡି ଉଦଘାଟନ ହେବାର ରହିଛି । ବର୍ତ୍ତମାନ ଲ୍ୟାମ୍ପ ବନ୍ଦ ରହିଥିବା ଯୋଗୁଁ ଚାଷୀ, ଲ୍ୟାମ୍ପ ର ବ୍ୟାଙ୍କ କୁ ଗ୍ରାହକମାନେ ଆସି ତାଲା ପଡିଥିବା ଦେଖି ଫେରିଯାଉଥିବା ଦେଖିବାକୁ ମିଳିଛି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି