January 23, 2026

ଡକାୟତ-ଗ୍ରାମବାସୀ ସଂଘର୍ଷ, ରାସ୍ତାରେ ପଡ଼ିରହିଛି ଗୁଳିବିଦ୍ଧ ଡକାୟତ

 

ଭଞ୍ଜନଗର: ଗଂଜାମ-କନ୍ଧମାଳ ସୀମାନ୍ତରେ ଥିବା ତାରାସିଂ ଥାନା ଅନ୍ତର୍ଗତ ଲାଣ୍ଡିକୁସୁମ ଠାରେ ଏକ ଡକାୟତ ଦଳ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ଡକାୟତ ଗୁରୁତର ଭାବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ସୂଚନା ମିଳିଛି। ସେହି ଡକାୟତ ଜଣଙ୍କ ନିକଟରେ ଗୋଟିଏ ପିସ୍ତଲ ପଡି ରହିଛି। ନିକଟସ୍ଥ ବଦାଙ୍ଗି ଗ୍ରାମବାସୀ ଡକାୟତ ମାନେ ବ୍ୟବହାର କରୁଥିବା ୨ଟି ବାଇକ ଜବତ କରିଥିବା ସୂଚନା ମିଳିଛି।

ଆହତ ଡକାୟତର ପରିଚୟ ମିଳିପାରିନଥିବା ବେଳେ ଗ୍ରାମବାସୀ ତାରସିଂ ଥାନା ଓ ଚକାପାଦ ଥାନାକୁ ଏ ସମ୍ପର୍କରେ ଜଣାଇ ଥିବା ବେଳେ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୁଲିସ ପହଂଚି ନଥିବା ଜଣାପଡିଛି।

Spread the love