April 19, 2025

ବୌଦ୍ଧ ଜିଲା ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

 

ବୌଦ୍ଧ: ବୌଦ୍ଧଜିଲା ବିଜେପିର କର୍ମକର୍ତ୍ତାମାନଙ୍କୁ ନେଇ ସ୍ଥାନୀୟ ଟାଉନହଲଠାରେ ଦୁଇଦିନିଆଁ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୮ଗୋଟି ବିଷୟରେ ଜିଲା ବିଜେପିର କର୍ମକର୍ତ୍ତାମାନଙ୍କୁ ନେଇ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ ସଞ୍ଚାଳନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଦଳୀୟ କର୍ମକର୍ତ୍ତାଙ୍କୁ ପଞ୍ଚାୟତ, ପୌରାଞ୍ଚଳ ଓ ସମବାୟ ନିର୍ବାଚନ ପରିଚାଳନା, ଆତ୍ମ ନିର୍ଭର ଭାରତ, ସଂଗଠନ ସଂରଚନା ଓ ବିଚାର ପରିବାର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଉପଯୋଗ, କାର୍ଯ୍ୟକର୍ତ୍ତା ଓ ନେତୃତ୍ୱର ବିକାଶ, ଭାରତୀୟ ବିଚାରଧାରା ଓ ବିଜେପି, ଅନ୍ତୋଦୟୀ ପ୍ରଜାତନ୍ତ୍ରରେ ଯୁଗାନ୍ତକାରୀ ୭ବର୍ଷ, ବୈଷୟିକ ପରିଦୃଶ୍ୟରେ ଭାରତ ଓ ବିଜେପିର ଦାୟିତ୍ୱ ନେଇ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା।

Spread the love