
ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପ୍ରସ୍ତୁତି ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଏବଂ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଆଭାସି ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏ ସମ୍ବନ୍ଧୀୟ ସଦ୍ୟତନ ବୈଷୟିକ ଓ ପ୍ରଶାସନିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।
ତେବେ ଚଳିତ ଋତୁରେ ଦୈନିକ ସର୍ବାଧିକ ଚାହିଦା ପ୍ରାୟ ୩୩୫୦ ମେଗାୱାଟ ଅଛି। ବିଭିନ୍ନ ଉତ୍ସରୁ ବିଦ୍ୟୁତ ସଂଗ୍ରହକରି ଗ୍ରୀଡ୍କୋ ଏହି ଚାହିଦା ପୂରଣ କରୁଛନ୍ତି। ଗ୍ରୀଷ୍ମଋତୁର ସର୍ବାଧିକ ଆବଶ୍ୟକତା ସମୟରେ ଏହି ଚାହିଦା ୪୦୦୦ ମେଗାୱାଟ୍ରୁ ଅଧିକ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ତାପଜ ଓ ସୌରସ୍ରୋତ ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନେ ନିଜ ନଜର ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ ବଢ଼ାଇବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ। ଜଳଭଣ୍ଡାରଗୁଡ଼ିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବା ପାଇଁ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ପରିଚାଳନା ନିର୍ଦେଶକ ପି.କେ. ମହାପାତ୍ର, ଓଡ଼ିଶା ଜଳ ବିଦ୍ୟୁତ ନିଗମର ପରିଚାଳନା ନିର୍ଦେଶକ ଅମରେଶ କୁମାର, ରାଜ୍ୟ ବିଦ୍ୟୁତ ସରବରାହ ନିଗମର ନିର୍ଦେଶକ ବି.ବି. ମେହେଟ୍ଟା, ଜାତୀୟ ତାପଜ ବିଦ୍ୟୁତ ନିଗମର କାର୍ଯ୍ୟନିବାହୀ ନିର୍ଦେଶକ ଏ.କେ. ଗୋସ୍ୱାମୀଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍