September 19, 2024

Satya News

odia news channel

ନିଆରା ଢଙ୍ଗରେ ପାଳିଲେ ନିଜ ଜନ୍ମଦିନ

 

ନବରଙ୍ଗପୁର:ଜିଲା ବିଜେପି ଯୁବ ମୋର୍ଚ୍ଚାର ଉପସଭାପତି ଅନନ୍ତ ପଣ୍ଡା ନିଜ ଜନ୍ମଦିନକୁ ପାଳନ କରିଛନ୍ତି ଭିନ୍ନ ଢଙ୍ଗରେ। ନବରଙ୍ଗପୁର ସହର ଗହଳ, ଚହଳ ଛାଡି ସେ ବୈପାରୀଗୁଡା ନିକଟସ୍ଥ ଵୃଦ୍ଧାଶ୍ରମକୁ ଯାଇ ସେଠାରେ ନିଜ ନିଜର ପରିବାର ଠାରୁ ଦୂରରେ ରହି ନିଜ ଜୀବନ ଅତିବାହିତ କରୁଥିବା ବୟୋ ଜ୍ୟେଷ୍ଠମାନଙ୍କୁ ଭେଟିଥିଲେ।

ସେଠି ସେ ସେମାନଙ୍କୁ ଶୀତବସ୍ତ୍ର ଦେଇ ସେମାନଙ୍କ ଆଶୀର୍ବାଦ ଲାଭକରିଥିଲେ ଓ ଦେଶ ମାତୃକାର ସୀମା ସୁରକ୍ଷାରେ ନିୟୋଜିତ ଯବାନ ମାନଙ୍କ ପାଇଁ ଖୋଲା ଯାଇଥିବା ବ୍ୟାଙ୍କ ଜାମଖାତାକୁ କିଛି ଦାନରାଶି ପ୍ରେରଣ କରିଛନ୍ତି। ଆଜିର ଯୁବପିଢ଼ି ପାଇଁ ଏହା ଏକ ଉଦାହରଣ ହୋଇଛି। ଭୋଜି ର ଆୟୋଜନ ନକରି ସମାଜ ପାଇଁ କିଛି କରିବାର ତାଙ୍କର ଇଛା ସମସ୍ତଙ୍କ ପାଇଁ ପ୍ରେରଣା ନିଶ୍ଚୟ।

Spread the love