September 19, 2024

Satya News

odia news channel

ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୪ ଦିନ ହେବ ନିଖୋଜ ଥିଲେ

 

କୋଣାର୍କ ୧୮।୧୨: ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ନୂଆପାଟଣା ଗ୍ରାମର ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ନୂଆପାଟଣା ଗାଁର ବିଜୟ ପରିଡା ଗତ ୪ ଦିନ ହେବ ନିଖୋଜ ଥିଲେ । ଶନିବାର ଏଡବାଂଶର ଏକ ମଦ ଦୋକାନ ନିକଟ ନଦୀପଠାରେ ତାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ବିଜୟଙ୍କ ନିଖୋଜ ନେଇ ପରିବାର ଲୋକେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ବିଜୟଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସେହି ଆଧାରରେ ଅସ୍ତରଙ୍ଗ ପୋଲିସ ତଦନ୍ତ ଜାରି ରଖିଛି ।

Spread the love