
ଶ୍ରୀନଗର: ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କବାଦୀ । ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ସମ୍ପୃକ୍ତ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ । ଏନେଇ କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ ଜରିଆରେ ସୂଚନା ଦେଇଛି । କାଶ୍ମୀର ପୋଲିସ ମୁଖ୍ୟ କହିଛନ୍ତି, ଏକ ସୂଚନାକୁ ଆଧାର କରି ପୋଲିସ ଏବଂ ସିଆରପିଏଫର ହରୱାନ ଅଞ୍ଚଳରେ ମିଳିତ ଅପରେସନ ଆରମ୍ଭ କରିଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ତେବେ ନିହତ ଆତଙ୍କବାଦୀ ଜଣକ ବିଦେଶର ହୋଇଥିବା ବେଳେ ତାର ପରିଚୟ ମିଳିପାରିନାହିଁ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍