February 15, 2026

ବଳଭଦ୍ରଙ୍କ ହସ୍ତକ୍ଷେପ ପରେ ଲାଗିଲା ଟ୍ରାନ୍ସଫରମର

 

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମୋହରା ପଂଚାୟତ ଅନ୍ତର୍ଗତ ପୂଜାରୀଗୁଡା ଓ ଫଟକି ପଂଚାୟତ ଅନ୍ତର୍ଗତ ତିଲିମାଲ ଗ୍ରାମରେ ଦୀର୍ଘ ଦିନ ହେଲା ବିଦ୍ୟୁତ ଟ୍ରାନ୍ସଫରମର ପୋଡି ଯାଇଥିଲା। ଗାଁ ଲୋକେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ଟ୍ରାନ୍ସଫରମର ଲାଗିପାରୁ ନଥିଲା। ଗ୍ରାମରେ ଅଧିକ ବିଦ୍ୟୁତ ଗ୍ରାହକ ଥିବାବେଳେ ୭୩ କେଭି ମେସିନ ଲୋଡ଼ ନେଇପାରୁନଥିଲା। ବିଦ୍ୟୁତ ବିଭାଗୀୟ ଅଧିକାରୀମାନେ ଗ୍ରାମରେ ଥିବା ଗ୍ରାହକଙ୍କ ବକେୟା ବିଲ ପୈଠ କଲେ ଟ୍ରାନ୍ସଫରମର ଅଣାଯିବ ବୋଲି ଗ୍ରାମବାସୀଙ୍କୁ କହୁଥିଲେ।

ନିର୍ବାହୀ ଯନ୍ତ୍ରୀ ଜୟପୁରରୁ ଟ୍ରାନ୍ସଫରମର ଆସିଲେ ଲଗାଯିବ ତେଣୁ କିଛିଦିନ ବିଳମ୍ବ ହେବ ବୋଲି କହିବା ପରେ, ସମାଜସେବୀ ଦିଲୀପ ଦାସ ନିଜ ଖର୍ଚ୍ଚରେ ଗାଡିଭଡା କରି ମେସିନ ନେବା ପାଇଁ କହି ଶନିବାର ନିଜ ପ୍ରଚେଷ୍ଟା ଓ ଖର୍ଚ୍ଚରେ ମେସିନ ଆଣି ପୂଜାରୀଗୁଡାରେ ଲଗାଇଥିଲେ। ଖୁବ କମ ଦିନରେ ନୂତନ ବିଦୂତ ଟ୍ରାନ୍ସଫରମର ଲାଗିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯିବା ସହ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ଦିଲୀପ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love