
ହରଭଙ୍ଗା: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ତ୍ରୀନାଥ ବଣିକସଂଘର ବାର୍ଷିକ ବୈଠକ ଏବଂ ବଣଭୋଜି କାର୍ୟ୍ୟକ୍ରମ ଆଜି ସମ୍ବଲପୁରସ୍ଥ ହୀରାକୁଦ ଠାରେ ସଂଗଠନର ସଭାପତି ଶ୍ରୀଯୁକ୍ତ ଶିବଶଙ୍କର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ବାର୍ଷିକ ଆୟବ୍ୟୟର ହିସାବ ସହ ନୂତନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ସଭାପତି ନିର୍ବାଚିତ ହୋଇଥିବା ବେଳେ ସରପଞ୍ଚ ସୁଶୀଲ କୁ.ପ୍ରଧାନ ଉପସଭାପତି ଏବଂ ସୁକାନ୍ତ ସାହୁ ସମ୍ପାଦକ ଓ ଡା. ଅରୁଣ କୁମାର ପାଣିଗ୍ରାହୀ କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ପରିଶେଷରେ ସଂଗଠନକୁ ସୁଦୃଢ କରିବା ନିମିତ୍ତ ସମସ୍ତ ବ୍ୟବସାୟୀ ଶପଥ ଗ୍ରହଣ କରିଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍