October 23, 2024

Satya News

odia news channel

ରାଜ୍ୟର ବିଭିନ୍ନ ସ୍ଥାନରେ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରିବ ‌ଓଡ଼ିଶା-ମୋ ପରିବାର

 

ଭୁବନେଶ୍ୱର: ରାଜ୍ୟରେ, ରାଜ୍ୟ ବାହାରେ ଏବଂ ଦେଶ ବାହାରେ ବସବାସ କରୁଥିବା ବିପନ୍ନ ଓଡ଼ିଆଙ୍କୁ ସହାୟତା, ପରିବେଶ ସୁରକ୍ଷା, ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିରମାନ ଆୟୋଜନ କରି ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକର ଏକ ସିଂହଭାଗ ରକ୍ତ ଯୋଗାଇବା, ରୋଗୀମାନଙ୍କୁ ସୋମାନଙ୍କର ଜରୁରୀକାଳୀନ ସ୍ଥିତିରେ ତାଙ୍କ ପାଖରେ ବିରଳ ଶ୍ରେଣୀର ରକ୍ତ ଯୋଗାଇବା, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ ଗୁଡ଼ିକରେ ହେଲ୍ପଡେସ୍କମାନ ସ୍ଥାପନା କରି ରୋଗୀମାନଙ୍କ ଚିକିତ୍ସାରେ ସାହାଯ୍ୟ କରିବା ଭଳି ଅନେକ ସମାଜସେବା କାର୍ଯ୍ୟ ଓଡ଼ିଶା-ମୋ ପରିବାର ନିରନ୍ତର କରିଆସୁଛି ।

ତେବେ ଯେଉଁମାନଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଛି ସେମାନଙ୍କର ରୋଟାରୀ ଜେପିଏମ କ୍ଲବ ଅଫ୍ କଟକ ଆଇ ହସ୍ପିଟାଲ ଆଣ୍ଡ ରିସର୍ଚ ଇନିଷ୍ଟିଚ୍ୟୁଟ୍, କଟକରେ ସଂପୂର୍ଣ୍ଣ ମାଗଣାରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯିବ । ଦୁଇ ଦିନ ରହିବା ଓ ଖାଇବା ବ୍ୟାବସ୍ଥା କରାଯାଇ ସେମାନଙ୍କ ଅସ୍ତ୍ରୋପଚାର ପରେ ସେମାନଙ୍କୁ ନିଜ ଘରେ ଛଡ଼ାଯିବାର ବ୍ୟବସ୍ଥା ରହିଛି ବୋଲି ଓଡ଼ିଶା-ମୋ ପରିବାର ଆବାହକ ସୂଚନା ପ୍ରଦାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଶିବିର ପରେ ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟ ଆୟୋଜନ କରାଯିବ । ଶିବିରରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଓଡ଼ିଶା-ମୋ ପରିବାର ସଦସ୍ୟ ସୁଶାନ୍ତ ରାଉତ, ସଦସ୍ୟା ଭାରତୀ ସିଂହଙ୍କ ବ୍ୟତିତ ବହୁ ପୂର୍ବତନ କର୍ପରେଟର ତଥା ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ସମୀର ପ୍ରଧାନ, ରୁଦ୍ର ନାରାୟଣ ସାମନ୍ତରାୟ ଏହି ଶିବିରକୁ ସଂଯୋଜନା କରିଥିଲେ ।
Spread the love