October 13, 2025

ବଡମ୍ବା ଏବଂ ବାଙ୍କୀ ପାଇଁ ସ୍ଵର୍ଣ୍ଣିମ ଅଧ୍ୟାୟ: ମହାନଦୀ ଉପରେ ଯୋଡି ହେଲା ‘ଟି- ସେତୁ’, ସୋମବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

 

ଆଠଗଡ଼ ୧୯।୧୨: ବଡମ୍ବା ଏବଂ ବାଙ୍କୀ ଇତିହାସରେ ଯୋଡ଼ି ହେଲା ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ମହାନଦୀ ଉପରେ ଯୋଡି ହେଲା,ବହୁ ପ୍ରତୀକ୍ଷିତ ସମ୍ପର୍କର ଟି- ସେତୁ । ଆସନ୍ତା କାଲି ଅର୍ଥାତ୍ ୨୦ ତାରିଖରେ ଲୋକାର୍ପିତ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ବଡମ୍ବା-ଗୋପିନାଥପୁର ଠାରୁ ବାଙ୍କୀ ବୈଦେଶ୍ୱର ସଂଯୋଗ ହୋଇଥିବା ଟି-ସେତୁ ।

ଏହି ଟି- ସେତୁଟି ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଆସନ୍ତା କାଲି ଏହାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟି ସେତୁର ନିର୍ମାଣ ଫଳରେ ପଶ୍ଚିମ ଓଡ଼ିଶା ସହିତ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର  ସହିତ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ପାଇଁ ସୁବିଧା ହେବ।

କଟକ ଜିଲ୍ଲାର ବଡମ୍ବା ଗୋପୀନାଥପୁର ନିକଟ ଖେଳପଡ଼ିଆ ଠାରେ ମହାନଦୀ ଉପରେ ନିର୍ମାଣ ହୋଇଛି ଏହି ଟି-ସେତୁ ।ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବାବେଳେ ।ସେତୁର ମଧ୍ୟ ଭାଗରୁ ବାବା ସିଂହନାଥ ଙ୍କ ଶୈବପୀଠକୁ ଏକ ସେତୁ ଯୋଡାଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି । ଆସନ୍ତା କାଲି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସର୍ବବୃହତ ଏହି ସେତୁର ଲୋକାର୍ପଣ ପାଇଁ ଦିନ ୧୦ଟା ରେ ଗୋପୀନାଥପୁର ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି। ସେଠାରେ ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ସେତୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।ସେଥିପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ଚୁଡାନ୍ତ ପ୍ରଯ୍ୟାୟ ରେ ପହଁଚିଛି।

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ୨୦୧୪ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ,କିଛି ବୈଷୟିକ ତ୍ରୁଟି କାରଣରୁ ଏହାର ନିର୍ମାଣ କାର୍ଯ୍ୟ ରେ ବିଳମ୍ବ ହୋଇଥିଲା । ମହାନଦୀରେ ଆଉ ଏକ ସମ୍ପର୍କର ସେତୁ ଯୋଡି ହେଲା ବୋଲି କହିଛନ୍ତି ବଡ଼ମ୍ବା , ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର  କହିଛନ୍ତି ।

୨୦୧୮ ମସିହାରୁ ଏସ୍ପି ସିଙ୍ଗଲ କଂଷ୍ଟ୍ରକ୍ସନ ଠିକା ସଂସ୍ଥା ଦ୍ୱାରା ଏହାର କାର୍ଯ୍ୟ ଆରମ୍ଭ ହୋଇ।୩  ବର୍ଷର ସମୟସୀମା ମଧ୍ୟରେ ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇ ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ମହାନଦୀ ଉପରେ ଏହି ସମ୍ପର୍କର ସେତୁ।

Spread the love