October 18, 2024

Satya News

odia news channel

ରାଜ୍ୟରେ ଆଜିଠୁ ଖୋଲିଲା ଶିକ୍ଷାନୁଷ୍ଠାନ

 

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଖୋଲିଲା ଶିକ୍ଷାନୁଷ୍ଠାନ । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । କରୋନା କଟକଣା ଅନୁଯାୟୀ ଆଜିଠୁ ଶ୍ରେଣୀଗୃହରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ । ଅଷ୍ଟମରୁ ପିଜି ଛାତ୍ରଛାତ୍ରୀ ଯାଏ ଅଫଲାଇନରେ ପାଠ ପଢ଼ିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ରଖିଥିଲେ ରାଜ୍ୟ ସରକାର । ଜାନୁଆରୀ ୧୦ରୁ ବନ୍ଦ ରହିଥିଲା ସମସ୍ତ ଶିକ୍ଷାନୁଷ୍ଠାନ । ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସ୍କୁଲ ଖୋଲିବା ନେଇ ସରକାରେ ନିଷ୍ପତ୍ତି ନେଇଥିଲେ । ହେଲେ ସଂକ୍ରମଣ ବଢ଼ିବାରୁ ସରକାର ସ୍କୁଲ ଗୁଡ଼ିକୁ ବନ୍ଦ କରିଦେଇଥିଲେ । ପିଲାମାନଙ୍କୁ ଅନଲାଇନ୍‍ ମାଧ୍ୟମରେ ପାଠପଢ଼ା ଯାଉଥିଲା ।

Spread the love