ନୂଆଦିଲ୍ଲୀ: ମିରଟରେ ଓୱେସିଙ୍କର କୌଣସି କାର୍ଯ୍ୟକ୍ରମ ନଥିଲା ଏବଂ ସେ ଆସୁଥିବା ନେଇ ପ୍ରଶାସନ ପାଖରେ କୌଣସି ସୂଚନା ନଥିଲା। ଆଜି ରାଜ୍ୟସଭାରେ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ କହିବାକୁ ଯାଇ ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଫେବ୍ରୁଆରି ୪ରେ ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମୀନ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରାଯାଇଥିଲା। ମିରଟରୁ ନିର୍ବାଚନ ପ୍ରଚାର ସାରି ଫେରୁଥିବା ସମୟରେ ଗାଜିଆବାଦ୍ ନିକଟରେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଦାବି କରିଥିଲେ ଓୱେସି।
ଏହି ଘଟଣା ବିଷୟରେ ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ ପକ୍ଷ ରଖିଛନ୍ତି ଅମିତ ଶାହ। ସେ କହିଛନ୍ତି ଯେ, ହାପୁଡରେ ଓୱେସିଙ୍କର କୌଣସି କାର୍ଯ୍ୟକ୍ରମ ନଥିଲା। ଏହା ସହ ସେହି ରାସ୍ତା ଦେଇ ସେ ଆସୁଥିବା ନେଇ ପ୍ରଶାସନକୁ ସୂଚନା ଦିଆଯାଇ ନଥିଲା। ବିପଦର ମୂଲ୍ୟାଙ୍କନ କରି ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ଦିଆଯାଇଛି। କିନ୍ତୁ ସେ ସୁରକ୍ଷା ନେବାକୁ ମନା କରିଦେଇଛନ୍ତି। ଏବେ ଯେହେତୁ ଆକ୍ରମଣ ହୋଇଛି ସରକାର ଦେଇଥିବା ସୁରକ୍ଷାକୁ ଓୱେସି ଗ୍ରହଣ କରିନେବା ଉଚିତ୍।
More Stories
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି
ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର