
କିଭ୍ : ରୁଷ୍-ୟୁକ୍ରେନ ଯୁଦ୍ଧ ଜଟିଳତା ଆଡ଼କୁ ଗତି କରୁଛି। ଆକ୍ରମଣରେ ଏଯାଏଁ ଅନେକ ଲୋକଙ୍କ ଜୀବନ ଗଲାଣି। ଏପେଟେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ଯୁଦ୍ଧରେ ୟୁକ୍ରେନ୍ର ସଶସ୍ତ୍ରବାହିନୀ ରୁଷ୍ର ୮୦୦ ସୈନିକଙ୍କୁ ନିପାତ କରିଛନ୍ତି। ୟୁକ୍ରେନ ସେନା କମାଣ୍ଡର-ଇନ୍-ଚିଫ୍ ଭାଲେରୀ ଜାଲୁଜାନୀ ଦାବି କରିଛନ୍ତି ଯେ, ରୁଷ୍ ସେନାର ୨୫ ସୈନିକ ୟୁକ୍ରେନ ସେନା ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହା ବ୍ୟତୀତ, ୭ଟି ରୁଷୀୟ ଲଢୁଆ ବିମାନ ଓ ୬ଟି ହେଲିକପ୍ଟର୍ ସମେତ ୩୦ ରୁଷୀୟ ଟ୍ୟାଙ୍କ୍କୁ ଧ୍ବଂସ କରିଦିଆଯାଇଥିବା ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ଯେ, ରୁଷ୍ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରୁଷ୍ ସହ ଲଢିବା ପାଇଁ ୟୁକ୍ରେନ ସେନା ଏକଜୁଟ କରିବାରେ ଲାଗିଛି। ଏହା ପୂର୍ବରୁ ୟୁକ୍ରେନ ପକ୍ଷରୁ କୁହାଯାଇଥିଲା ଯେ ଏହି ଯୁଦ୍ଧରେ ତାକୁ ଏକା ଛାଡ଼ି ଦିଆଯାଇଛି। ସେନାକୁ ସାହାଯ୍ୟ କରିବା ପାଇଁ ୟୁକ୍ରେନ ମଧ୍ୟ ନିଜ ନାଗରିକଙ୍କୁ ୧୦ ହଜାର ଆକ୍ରମଣକାରୀ ରାଇଫଲ ବଣ୍ଟନ କରିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍