ସମ୍ବଲପୁର: ସମ୍ବଲପୁରର ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୭ମ ବଦ୍ରିନାରାୟଣ ହୋତା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଗୁରୁବାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ କମିଶନର କଲୋନୀ କ୍ରିକେଟ ପଡିଆ ଠାରେ ୪ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ସ୍ପୋଟିଂ ୟୁୁନିୟନ, ରାଇଜିଂ ଷ୍ଟାର, ୪ସି, ଗୋଲଡେନ ଇଗଲ, ଜେସିସିସି, ହୀରାକୁଦ, ବ୍ଲୁ ଡାଇମଣ୍ଡ ଏବଂ ମାନେଶ୍ୱର ସମେତ ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଗୁରୁବାର ପ୍ରଥମ ଦିବସରେ ଦୁଇଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ ସ୍ପୋଟିଂ ୟୁନିୟନ ଓ ରାଇଜିଂ ଷ୍ଟାର ମଧ୍ୟରେ ଖେଳାଯାଇଥିଲା। ରାଇଜିଂ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିଥିଲେ। ସ୍ପୋଟିଂ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ରାଇଜିଂ ଦଳ ୧୯ ଓଭରରେ ମାତ୍ର ୭ ୱିକେଟ ହରାଇ ୧୯୦ ରନ ସଂଗ୍ରହ କରି ମ୍ୟାଚକୁ ଜିଣିଥିଲେ।
ସେହିଭଳି ଦ୍ୱିତୀୟ ମ୍ୟାଚ ବ୍ଲୁ ଡାଇମଣ୍ଡ ଓ ମାନେଶ୍ୱର ଦଳ ମଧ୍ୟରେ ହୋଇଥିଲା। ବ୍ଲୁ ଡାଇମଣ୍ଡ ଦଳ ଟସ ଜିଣି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୪୮ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ମାନେଶ୍ୱର ଦଳ ୧୮.୪ ଓଭରରେ ମାତ୍ର ୧୪୪ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ମ୍ୟାଚ ୧୦୪ ରନରେ ହାରି ଯାଇଥିଲେ। ମ୍ୟାଚ ଗୁଡିକୁ ପ୍ରିୟାଂଶୁ ପତି, ସଞ୍ଜୟ ନାୟକ, ଶ୍ରେଷ୍ଠ ସିଂ, କେଶବ କୁମାର, କିରଣ କୁମାର ଭୋଇ ଓ ଅମନ ବେହେରା ପରିଚାଳନା କରିଥିଲେ।
ଗୁରୁବାର ସକାଳ ସମୟରେ ଏହି ଟୁର୍ଣ୍ଣାମେଣ୍ଟକୁ ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, କ୍ରିଡା ସଚିବ ବିକାଶ ମିଶ୍ର, କାଉନସିଲ ସଦସ୍ୟ ସୁବୋଧ ସାହୁ ଉପସ୍ଥିତ ରହିଥିଲେ। ଟୁର୍ଣ୍ଣାମେଣ୍ଟକୁ ଆୟୋଜନ ଓ ପରିଚାଳନାରେ ଜିତେନ୍ଦ୍ର ହୋତା, ଦେବେନ୍ଦ୍ର ହୋତା, ସରୋଜ ପତି, ସୁଶାନ୍ତ ପୁରୋହିତ, ଅଜିତ ହୋତା, ଅବିନାଶ ନନ୍ଦ, ଅନୁପ ପ୍ରଧାନ, କେଶବ ପଢ଼ିଆରୀ, ରାହୁଲ ବିଶ୍ୱକର୍ମା ପ୍ରମୁଖ ସକ୍ରିୟ ସହାୟତା କରୁଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍