ନୂଆଦିଲ୍ଲୀ,୨୫/୦୩: ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ କରିବା ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କରାଯାଇଥିବା ଚ୍ୟାଲେଞ୍ଚ ଉପରେ ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି ଯେ ଏହା ଏକ ପ୍ରଚାର ହିତ ଯାଚିକା ଭଳି ଲାଗୁଛି। ଏବଂ ଏହିପରି ଆବେଦନରେ ଧାର୍ମିକ ସମନ୍ୱୟ ବିଗିଡି ପାରେ।
ସୁପ୍ରିମ କୋର୍ଟ ଜଷ୍ଟିସ ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏଏସ ବିପୋନ୍ନଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଛନ୍ତି ଯେ ଏଭଳି ଯାଚିକାରେ କେବଳ ଧାର୍ମିକ ହିଂସା ସୃଷ୍ଟି କରିବା ପାଇଁ କାମ କରୁଛନ୍ତି। ବେଞ୍ଚ କହିଛନ୍ତି ଯେ ଏହି ଯାଚିକାକୁ ଖାରଜ କରାଯିବ। ଅନ୍ୟପଟେ ଆବେଦନକାରୀଙ୍କ ପକ୍ଷର ଓକିଲ କହିଛନ୍ତି ଯେ ସେ ନିଜେ ମଧ୍ୟ ଏହି ମାମଲାକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ଏହାପରେ କୋର୍ଟ ଯାଚିକା ଉପରେ ଶୁଣାଣିକୁ ଖାରଜ କରିବା ସହ ଏହି ଆବେନକୁ ମଧ୍ୟ ଖାରଜ କରିଛନ୍ତି।
ସୂଚନା ଥାଉକି, ଗତ ବର୍ଷ ମାର୍ଚ୍ଚରେ ମାଡ୍ରାସ ହୋଇ କୋର୍ଟଙ୍କ ମଦୁରୈ ବ୍ୟାଞ୍ଚ ଏକ ଜନହିତ ଯାଚିକା ଉପରେ ଶୁଣାଣି କରିଥିଲେ। ଏହାକୁ ସୁପ୍ରିମ କୋର୍ଟରେ ଚ୍ୟାଲଞ୍ଚ କରିଥିଲେ ଆବେନକାରୀ। ସେତେବେଳେ ହାଇକୋର୍ଟରେ ଆବେଦନ କରାଯାଇଥିଲା ଯେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ବନ୍ଦ କରାଯାଉ। ଏବଂ ଏହାର ଯାଞ୍ଚ କରିବା ପାଇଁ ଏକ ବୋର୍ଡ ଗଠନ କରିବାକୁ କେନ୍ଦ୍ର ଏବଂ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ହାଇକୋର୍ଟ ଆବେଦନ କରାଯାଇଥିଲା।
ଏହାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ କହିଥିଲେ ଯେ ତାମିନାଡ଼ୁ ସରକାରଙ୍କ ପାଖରେ ପୂର୍ବରୁ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ଆଇନ ରହିଛି। ଏହି ଆଇନରେ ୱବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ବ୍ୟତୀତ ଭୁଲ ଭାବେ ଧର୍ମ ପରିବର୍ତ୍ତନ କରିବା ଆଦିରୁ ସୁରକ୍ଷା ମିଳିଥାଏ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ