August 23, 2025

ପ୍ରଧାନମନ୍ତ୍ରୀ ଆସନରେ ଯିଏ ବି ବସନ୍ତୁ ପାକିସ୍ତାନରେ ସେନା ହିଁ ଶାସନ କରିବ: ଶଶି ଥରୁର

 

ନୂଆଦିଲ୍ଲୀ: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଂକଟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର | ସେ କହିଛନ୍ତି ଯେ ପାକିସ୍ତାନ ସଂସଦ ବାଚସ୍ପତି ଭୋଟ୍ ଦେବାକୁ ଅନୁମତି ଦେଇ ନଥିଲେ ଆଉ ରାଷ୍ଟ୍ରପତି ବିଧାନସଭାକୁ ଭଙ୍ଗ କରିଥିଲେ। ମୁଁ ଭାବୁଛି ଏଭଳି ଘଟଣା ଏହା ପୂର୍ବରୁ ପାକିସ୍ତାନରେ କେବେ ହୋଇ ନଥିଲା। ସେ ଏହାକୁ ନିନ୍ଦା କରି କହିଛନ୍ତି ଯେ ଯିଏ ପାକିସ୍ତାନରେ ପ୍ରଧାନମନ୍ତ୍ରୀଙ୍କ ସିଂହାସନରେ ବସିଲେ ବି ଦେଶକୁ ସେନା ଚଳାଇବ।

କାରଣ ପାକିସ୍ତାନରେ ସରକାର ଚଳାଇବାରେ ସେନାର ହାତ ଥାଏ | ଅନ୍ୟପଟେ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସୋମବାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଇମ୍ରାନ ଖାନ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଯେ ପର୍ଯ୍ୟନ୍ତ ନୂତନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିନାହାନ୍ତି | ସେ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ କାର୍ଯ୍ୟ ଜାରି ରଖିବେ।

ସୂଚନା ଥାଉ କି ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ଦଳ ସଂସଦରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଗତକାଲି ଉପବାଚସ୍ପତି ଖାରଜ କରିଦେବା ପରେ ଅନାସ୍ଥା ଭୋଟ୍‌କୁ ଟାଳିବାକୁ ସକ୍ଷମ ହେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ସଂସଦ ଭଙ୍ଗ କରିବା ଲାଗି ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭିଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଥିଲେ । ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଥିଲେ ।

Spread the love