January 23, 2026

ଦର ବୃଦ୍ଧି ନେଇ ଫୁଲବାଣୀରେ କଂଗ୍ରେସର ବିକ୍ଷୋଭ, ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗକୁ ଜୋରଦାର ଆନ୍ଦୋଳନ ଚେତାବନୀ

 

ଫୁଲବାଣୀ, ୦୪/୦୪: ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ଜିନିଷ ପତ୍ରର ଦରବୃଦ୍ଧି କାରଣରୁ ବିଶେଷକରି ଗରିବ, ଖଟିଖିଆ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଜିଲ୍ଲା କଂଗ୍ରେସ ଅଭିଯୋଗ କରି ଆଜି ଫୁଲବାଣୀ ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପିସିସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା, ଯୁବ କଂଗ୍ରେସ ସଭାପତି ବସନ୍ତ କୁମlର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ସଂସାରୀ ଭୋଇ, ନନ୍ଦ କିଶୋର ଦାଶ, ରଜତ ମହାନ୍ତି, ଶ୍ରମିକ ନେତା ଘନ ଶବର, ସରୋଜ ପ୍ରଧାନ, ଯୁବ ନେତା ସଞ୍ଜୟ କହଁର, ପ୍ରମୁଖ ଯୋଗଦେଇ  କେନ୍ଦ୍ର ସରକାର ଦର ନ କମାଇଲେ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗକୁ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି କହିଥିଲେ l

Spread the love