October 18, 2024

Satya News

odia news channel

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ

 

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଉଛି । ବେଆଇନ୍‌ ଆର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ାଉ କରୁଥିବା ଜଣାପଡ଼ିଛି । କୋଲକାତା ଭିତ୍ତିକ କମ୍ପାନି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଗତ ମେ’ ମାସ ୩୦ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କାରିଥିଲା । ପରେ ତାଙ୍କୁ ଜୁନ୍‌ ୯ ତାରିଖ ଯାଏ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କର ୪.୮୧ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା । ତାହାସହ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ୨୦୧୫ରେ କେଜ୍ରିଓ୍ୱାଲ ସରକାରରେ ସତ୍ୟେନ୍ଦ୍ର ମନ୍ତ୍ରୀ ହେବା ପରେ ତାଙ୍କର ସମସ୍ତ  ସମ୍ପତ୍ତି ତାଙ୍କ ପତ୍ନୀଙ୍କୁ ହସ୍ତାନ୍ତର କରିଥିଲେ । ଖାଲି ସେତିକି ନୁହେଁ ତାଙ୍କର ଦୁଇଟି ନକଲି ଆକାଉଣ୍ଟରୁ ୧୬.୩୯ କୋଟି ଟଙ୍କା ଜବତ କରାଯାଇଥିଲା । ଏହି ମାମଲାରେ ବର୍ତ୍ତମାନ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ହେପାଜତରେ ରହିଛି ।

 

Spread the love