September 13, 2025

ରାଜଧାନୀରେ ପୁଣି ଛାତ୍ରୀ ଆତ୍ମହତ୍ୟା

ଭୁବନେଶ୍ୱର : ପୁଣି ରାଜଧାନୀ ଭୁବନେଶ୍ୱରରୁ ଆଉ ଜଣେ ଛାତ୍ରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଜଣେ ଏମସିଏ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମୃତଦେହ ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରୀ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ।

ସୂଚନା ଯୋଗ୍ୟ , ଜୁଲାଇ ୨ରେ  ବିଜେବି କଲେଜର ଜଣେ ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍‍ ରୁ ଉଦ୍ଧାର କରାଯାଇଥିଲା। ମୃତ ଛାତ୍ରୀ ଜଣଙ୍କ +୩ ପ୍ରଥମ ବର୍ଷର କଳାର ଛାତ୍ରୀ ହୋଇଥିବା ବେଳେ କଲେଜ ଛାତ୍ରୀ ନିବାସରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାର ଏକ ସପ୍ତାହ ନବିତୁଣୁ ପୁଣି ଆଜି ଆଉ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

Spread the love