March 10, 2026

ଭାରତୀୟ ମହିଳା କୁସ୍ତି ଦଳର ବାହାରିନ ଯାତ୍ରା

 

ପୁରୀ: ବାହାରିନ ଯାତ୍ରା କରିଛନ୍ତି ଭାରତୀୟ ମହିଳା କୁସ୍ତି ଦଳ ।  ଓଡ଼ିଆ କୁସ୍ତି କୋଚ ମନୀଷା ସାମଲଙ୍କ ନେତୃତ୍ୱରେ ଭାରତୀୟ ମହିଳା କୁସ୍ତି ଦଳ ବାହାରିନ ଯାତ୍ରା କରିଛନ୍ତି । ଏସିଆ କୁସ୍ତି ଚାମ୍ପିଅନସିପରେ ଭାରତ ମହିଳା କୁସ୍ତି ଦଳ ଭାଗ ନେବ । ଏହି ଦଳରେ ମନୀଷା ମୁଖ୍ୟ କୁସ୍ତି କୋଚ ରହିଛନ୍ତି । ସାଇ ପକ୍ଷରୁ ତାଙ୍କୁ ଭାରତୀୟ ମହିଳା କୁସ୍ତି ଦଳର ପ୍ରଶିକ୍ଷଣ ଦାୟିତ୍ଵ ଦିଆଯାଇଛି। ପୂର୍ବରୁ ତାଙ୍କ ନେତୃତ୍ଵରେ ଭାରତୀୟ ମହିଳା କୁସ୍ତି ଦଳ ବହୁବାର ବିଦେଶରେ ସଫଳତା ପାଇଛି।  ମନୀକ୍ଷାଙ୍କ ଘର ପୁରୀରେ ହୋଇଥିବା ବେଳେ ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।

Spread the love