
ଶିମଳା: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ଏକ ବଡ଼ ଧରଣର ଝଟ୍କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟ ସଭାପତି ଖିମି ରାମ ଶର୍ମା ମଙ୍ଗଳବାର କଂଗ୍ରେସରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଲାଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।
ଖିମି ରାମ କୁଲୁ ଜିଲାରୁ ପ୍ରଥମ ନିର୍ବାଚନ ଲଢିଥିଲେ। ୧୯୯୯ ମସିହାରେ ସେ ଜିଲା ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପରେ ସେ ଜିଲାପରିଷଦ ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ଦୁଇଥର ବିଧାୟକ ହୋଇଥିବା ଖିମିରାମ ଶର୍ମା ବିଜେପିର ରାଜ୍ୟ ସଭାପତି ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ଧୁମଲ ସରକାରଙ୍କ ସମୟରେ ଜଙ୍ଗଲ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କିନ୍ତୁ ୨୦୧୭ ବିଧାନସଭା ନିର୍ବାଚନରେ ଖିମି ରାମ ଶର୍ମାଙ୍କ ଟିକେଟ କଟିବା ପରେ ସେ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇଥିଲେ। ଏହାପରେ ନା ସରକାର ତାଙ୍କୁ ପଚାରିଥିଲେ ନା ସଂଗଠନରେ କୌଣସି ପଦବୀ ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍