April 25, 2026

ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା କମିପାରେ କରୋନା – ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 

ଡେସ୍କ: କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏହି ସ୍ଥିତିରେ ପରିବର୍ତ୍ତନ ହୋଇପାରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୭୪୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ରଥଯାତ୍ରା ସରିଥିବାରୁ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏ ନେଇ ସତର୍କ ଦୃଷ୍ଟି ରଖାଯାଇଥିବା ସେ କହିଛନ୍ତି।

ଏବେ ଧୀର ଗତିରେ ସଂକ୍ରମଣ ବଢ଼ୁଛି ତେଣୁ ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିବା ନେଇ ସେ ଅନୁମାନ କରିଛନ୍ତି।

Spread the love