October 18, 2024

Satya News

odia news channel

ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ : ଲୋକସଭା ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

 

ନୂଆଦିଲ୍ଲୀ :  ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।  ସୋମବାରଠାରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଲୋକସଭାର କାର୍ଯ୍ୟଧାରା ସୂଚାରୁରୂପେ ଚାଲିବାକୁ ଦେବା ପାଇଁ ସେ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବେ ।
ଅନ୍ୟପକ୍ଷରେ  ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଆସନ୍ତାକାଲି (ରବିବାର) ରାଜ୍ୟସଭାରେ ସମସ୍ତ ଦଳଗୁଡ଼ିକର ନେତାମାନଙ୍କର ବୈଠକ ଡକାଇଛନ୍ତି । ଆସନ୍ତାକାଲି ମଧ୍ୟ ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ
ଚାଲିବ। ଅଧିବେଶନ ସମୟରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।
ସୋମବାର ଦିନ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଥିବା ବେଳେ ଆସନ୍ତାମାସ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ।

Spread the love