April 18, 2025

ସରପଞ୍ଚ ଅହଲ୍ୟା ସାହୁ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମବାସୀ କଲେ ବିବାଦ

 

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁ ପଞ୍ଚାୟତ ଅମୃତ ସରୋବର ଯୋଜନାରେ ପୋଖରୀ ଚୟନ କୁ ନେଇ ଜନସାଧାରଣ ଲୋକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଯାହା ଫଳରେ ଏହାକୁ ନେଇ ଗତ ଅଗଷ୍ଟ 15 ତାରିଖ ଦିନ ଗ୍ରାମବାସୀ ମାନେ ସରପଞ୍ଚ ଶ୍ରୀମତୀ ଅହଲ୍ୟା ସାହୁଙ୍କ ଫୋଟୋରେ ଚପଲ ମାଳ ପିନ୍ଧାଇବା ସହିତ ଚାରିଆଡେ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି | ତେବେ ଅନୁଯୋଗ ଅନୁସାରେ କନ୍ଧକେଲଗାଁ ପଞ୍ଚାୟତ ଅଞ୍ଚଳ ପାଇଁ ଅମୃତ ସରୋବର ଯୋଜନାରେ ଗୋଟିଏ ପୋଖରୀ କୁ ସାମିଲ କରିବା ପାଇଁ ବ୍ଲକ କାର୍ଯ୍ୟାଲୟ କରାଯାଇଥିଲା | ଏଥି ପାଇଁ କନ୍ଧକେଲଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଅହଲ୍ୟା ସାହୁ କୌଣସି ପଦକ୍ଷେପ ନ ନେଇ ମନମୁଖୀ କାର୍ଯ୍ୟ ଭାବେ ପଞ୍ଚାୟତ ର ମୁଖ୍ୟ ଗ୍ରାମ କନ୍ଧକେଲଗାଁ ଶିବ ମନ୍ଦିର ପୋଖରୀ କୁ ଅମୃତ ସରୋବର ଯୋଜନାରେ ସାମିଲ ନ କରି ବିରାଟକାନି ଗ୍ରାମ ପୋଖରୀ କୁ ସାମିଲ କରିଥିଲେ | ଯାହା ଫଳରେ ଏହି ମନମୁଖୀ କାର୍ଯ୍ୟ ଯୋଗୁଁ କନ୍ଧକେଲଗାଁ ଗ୍ରାମ ବାସୀ ସପ୍ତାହ ଆଗରୁ ବିଡ଼ିଓ ଙ୍କ ଠାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ | ତେବେ ବିଡ଼ିଓ ଚନ୍ଦ୍ରମଣି ନାଗ ଙ୍କୁ ପୋଖରୀ ବିଷୟରେ ପଚାରିବାରୁ କନ୍ଧକେଲଗାଁ ଗ୍ରାମ ରେ ଥିବା ପୋଖରୀ କୁ ଯୋଜନା ରେ ସାମିଲ କରି ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେଇଛନ୍ତି…

ବଲାଙ୍ଗୀର ଜିଲ୍ଲା ସଇଁତଲା ରୁ ଦୀନେଶ ମେହେର ଙ୍କ ରିପୋର୍ଟ ସତ୍ୟ ନ୍ୟୁଜ 24

Spread the love