September 19, 2024

Satya News

odia news channel

ଆଇସିଡିଏସ ଅଫିସରେ କାର୍ଯ୍ୟରତ ଅଛନ୍ତି ୨ ସିଡିପିଓ; ଅଭିଯୋଗ ପରେବି ଜିଲ୍ଲା ପ୍ରଶାସନ ଚୁପ୍‌

 

ବରିଗୁମ୍ମା ୨୬/୦୮: ସମନ୍ୱିତ ଶିଶୁବିକାଶ ଯୋଜନାରେ ଚାଲିଛି ଅଜବ ନୀତି। ଗୋଟିଏ  ଆଇସିଡିଏସ କାର୍ଯ୍ୟାଳୟରେ  ଦୁଇ ଜଣ ସିଡିପିଓ କାର୍ଯ୍ୟରତ ଅଛନ୍ତି। କାର୍ଯ୍ୟାଳୟକେ  ୨ ସିଡିପିଓ ମଧ୍ୟ ଅଲଗା ଅଲଗା କକ୍ଷରେ ବସୁଛନ୍ତି। ଗତ ୧୫ ଦିନ ହେବ ଏପରି ହେଉଛି। ଆଇସିଡିଏସ କାର୍ଯ୍ୟାଳୟରେ ଏଭଳି ଅଜବ ନିୟମ ଦେଖିବାକୁ ମିଳିଛି। ଯାହାଫଳରେ ଉନ୍ନୟନ କାର୍ଯ୍ୟ ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଛି। ଅଙ୍ଗନବାଡି କର୍ମୀମାନେ ମଧ୍ୟ ଦ୍ଵନ୍ଦରେ ପଡୁଛନ୍ତି। କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଆଇସିଡିଏସ କାର୍ଯ୍ୟାଳୟରୁ ଏପରି ଚିତ୍ର ସାମ୍ନାକୁ ଆସିଛି। ଖବର ଅନୁସାରେ, କୋଟପାଡ଼ ସିଡିପିଓ ସ୍ବର୍ଣ୍ଣଭା ଦାଶଙ୍କୁ  ନନ୍ଦାହଣ୍ଡି ବ୍ଲକର ସିଡିପିଓ ଭାବେ ବଦଳି   କରାଯାଇଥିଲା। ସେହିପରି ନନ୍ଦାହାଣ୍ଡି ବ୍ଲକର ସିଡିପିଓ ସୁନିତା ଦେବୀଙ୍କୁ କୋଟପାଡ଼ ବ୍ଲକର ସିଡିପିଓ  ଭାବେ ଦାଇତ୍ୱ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଅଗଷ୍ଟ ୬ ତାରିଖରେ ସରକାରୀ ଚିଠି ସଂଖ୍ୟା ୧୨୯୬୫ ଯୋଗେ  ଉଭୟଙ୍କୁ  ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧେଶ ଅନୁସାରେ ନନ୍ଦାହାଣ୍ଡି ସିଡିପିଓ ସୁନିତା ଦେବୀ ତ୍ରିପାଠୀ ସେଠାରୁ ଆସି କୋଟପାଡ଼ର ସିଡିପିଓ  ଭାବେ ଅଗଷ୍ଟ ୧୦ ରେ ଯୋଗ ଦେଇଛନ୍ତି। ସେ ନିୟମିତ କୋଟପାଡ଼   ଆଇସିଡିଏସ କାର୍ଯ୍ୟକାୟକୁ ଆସୁଥିଲେମଧ୍ୟ ତାଙ୍କୁ ଏବେ ସୁଦ୍ଧା  ଆନୁଷ୍ଠାନିକ ଭାବେ ସେଠାକାର ପୁରୁଣା ସିଡିପିଓ କାର୍ଯ୍ୟଭାର ଦେଉନାହାନ୍ତି।  ଏହା ମଧ୍ୟରେ ସରକାରଙ୍କ ବଦଳି ନିର୍ଦ୍ଧେଶକୁ ୧୯ ଦିନ ପୁରିଥିଲେ ମଧ୍ୟ ନିର୍ଦ୍ଦେଶ ମାନୁନାହାନ୍ତି ପୁରୁଣା ସିଡିପିଓ ସ୍ବର୍ଣ୍ଣଭା ଦାଶ। ଏବେ ପର୍ଯ୍ୟନ୍ତ ପୁରୁମଣାକାର୍ଯ୍ୟାଳୟ ମଧ୍ୟ ଛାଡ଼ୁ ନାହାନ୍ତି।

ଏନେଇ ନୂଆ ସିଡିପିଓ  ସୁନିତା ଦେବୀ  ତ୍ରିପାଠୀ  ଅଗଷ୍ଟ ୧୯ରେ କୋରାପୁଟ ଜିଲ୍ଲାପାଳ ଏବଂ ଜୟପୁର ଉପଜିଲ୍ଲାପାଳ ତଥା ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି କହିଛନ୍ତି। ସେପଟେ ମୋତେ ନିର୍ଦ୍ଦେଶ ଆସିଲେ ଦାୟିତ୍ୱ ହସ୍ତାନ୍ତର କରିବି ବୋଲି ପୁରୁଣା ସିଡିପିଓ ପ୍ରତିକ୍ରିୟା ଦେଇଛନ୍ତି। ଏସବୁ ପରେବି ଅଭିଯୋଗର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବତା ନେଇ ପ୍ରଶ୍ନ ଉଠିଛି ।

Spread the love