October 18, 2024

Satya News

odia news channel

ଉତ୍‌କ୍ଷେପଣ ଇଞ୍ଜିନ୍‌ରେ ତ୍ରୁଟି : ଶେଷ ମୁହୂର୍ତ୍ତରେ ଅଟକିଲା ‘ମୁନ୍‌ ମିଶନ’

 

ୱାଶିଂଟନ : ଚନ୍ଦ୍ରକୁ ପଠାଉଥିବା ଆମେରିକାର ସବୁଠାରୁ ଶକ୍ତିଶାଳୀ ‘ରକେଟ ସ୍ପେଶ୍‌ ଲଞ୍ଚ ସିଷ୍ଟମ’ (ଏସଏଲଏସ)କୁ ଦେଶର ମହାକାଶ ଗବେଷଣା କେନ୍ଦ୍ର ‘ନାସା’ ଶେଷ ସମୟରେ ସ୍ଥଗିତ ରଖିଛି। ଏହା ହେଉଛି ‘ନାସା’ର ସବୁଠାରୁ ଶକ୍ତିଶାଳୀ ରକେଟ୍‌। ଏହା ‘ନାସା’ର ‘ଆର୍ଟିମିସ୍‌ ମିଶନ’ ା ଏହା ଦ୍ବାରା ଦୀର୍ଘ ୫୦ ବର୍ଷ ପରେ ‘ନାସା’ ଚନ୍ଦ୍ର ପୃଷ୍ଠକୁ ପୁନଃ ମାନବ ପ୍ରେରଣ କରିଥା’ନ୍ତା। ଆମେରିକାର ଫ୍ଲୋରିଡାସ୍ଥିତ କେନେଡ଼ି ମହାକାଶ କେନ୍ଦ୍ରରୁ ସ୍ଥାନୀୟ ସମୟ ସକାଳ ସାଢ଼େ ୮ରେ ଲଞ୍ଚ୍‌ କରାଯାଇଥା’ନ୍ତା। ଲଞ୍ଚ ନିର୍ଦେଶକ ଚାର୍ଲି ବ୍ଲାକୱେଲଙ୍କ କହିବାନୁଯାୟୀ, ଶେଷ ମୁହୂର୍ତ୍ତରେ ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଉତ୍‌କ୍ଷେପଣକୁ ବନ୍ଦ କରିଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ମାସରେ ଏହାକୁ ପ୍ରେରଣ କରାଯାଇ ପାରେ ବୋଲି ସେ କହିଛନ୍ତି। ଏହି ଏସଏଲଏସର ଲମ୍ବ ପ୍ରାୟ ୧୦୦ ମିଟର। ଏହା ଦ୍ବାରା ପୃଥିବୀଠାରୁ ବହୁଦୂରରେ ଅବସ୍ଥିତ ଓରିଓନ ନାମକ ଏକ ଟେଷ୍ଟ କ୍ୟାପସୁଲ୍‌ ପର୍ଯ୍ୟନ୍ତ ପଠାଯାଇଥା’ନ୍ତା। ଏହା ଚନ୍ଦ୍ର କକ୍ଷରେ ଭ୍ରମଣ କରି ୬ ସପ୍ତାହ ପରେ ପ୍ରଶାନ୍ତ ମହାସାଗରରେ ଖସିଥା’ନ୍ତା। ଏହା ପ୍ରଥମ ମହାକାଶ ମିଶନ, ଯେଉଁଥିରେ କୌଣସି ମହାକାଶ ଯାତ୍ରୀ ପ୍ରେରଣ କରାଯାଉ ନାହିଁ। ଯଦି ଏହି ମିଶନ ସଫଳ ରହେ ତେବେ ଏହାଦ୍ବାରା ମହାକାଶକୁ ଯାତ୍ରୀ ପଠାଇବା ସଫଳ ହେବ। ଯଦି ଏଥିରେ କୌଣସି ବାଧା ନ ଉପୁଜେ ତେବେ ୨୦୨୪ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ମାନଦବ ପୁନଃ ପାଦ ଥାପି ପାରିବ। ‘ଆର୍ଟିମିସ୍‌’ ‘ନାସା’ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମିଶନ। ଚଳିତ ବର୍ଷ ଡିସେମ୍ବରରେ ଆପୋଲୋ-୧୭ ମହାକାଶ ଯାନ ଚନ୍ଦ୍ର ପୃଷ୍ଠକୁ ପଠାଇବାର ୫୦ ବର୍ଷ ପୂରଣ କରୁଛି। ଶେଷଥର ପାଇଁ ଏହି ଯାନରେ ମାନବ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ଥିଲା । ସେହିଦିନଠାରୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ନାହାନ୍ତି। ‘ଆର୍ଟିମିସ୍‌’ ଜରିଆରେ ନୂଆ କାରୀଗରୀ କୌଶଳ ପ୍ରୟୋଗ କରି ‘ନାସା’ ପୁନଃ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି। ‘ଆର୍ଟିମିସ୍‌’ ହେଉଛି ୟୁନାନୀ ଦେବତା ଆପୋଲୋର ଯାଆଁଳା ଭଉଣୀ। ତେଣୁ ଏହି ମିଶନର ନାମ ‘ଆର୍ଟିମିସ୍‌’ ରଖାଯାଇଛି। ଆମେରିକୀୟମାନେ ଚନ୍ଦ୍ରକୁ ଦେବୀ ବୋଲି ମାନନ୍ତି। ୨୦୩୦ ପରେ କିମ୍ବା କିଛି ବର୍ଷ ପୂର୍ବରୁ ମଙ୍ଗଳ ପୃଷ୍ଠରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି। ଆପୋ​‌େ​‌ଲା ମିଶନର ରକେଟ ‘ସୈଟର୍ଣ୍ଣ-୫ ଠାରୁ ‘ଆର୍ଟିମିସ୍‌ ମିଶନ’ର ରକେଟ ଢେର ଶକ୍ତିଶାଳୀ। ଏହା ମହାକାଶ ଯାତ୍ରୀଙ୍କୁ କେବଳ ବହୁଦୂର ନେଇଯିବ ତାହା ନୁହେଁ, ଏଥିରେ ଅଧିକ ସାମଗ୍ରୀ ମଧ୍ୟ ନିଆଯାଇ ପାରିବ। ଫଳରେ ମହାକାଶ ଯାତ୍ରୀମାନେ ଅଧିକ ସମୟ ମହାକାଶରେ ରହି ପାରିବେ। ଯଦି ସବୁକିଛି ଠିକ୍‌ ରହେ ଆସନ୍ତାମାସ ୨ ତାରିଖରେ ଏହାକୁ ଉତ୍‌କ୍ଷେପଣ କରାଯିବ ବୋଲି ‘ନାସା’ କହିଛି। ଏହାକୁ ଦେଖିବା ପାଇଁ କେନେଡ଼ି ମହାକାଶ ଗବେଷଣା କେନ୍ଦ୍ରର ଆଖପାଖରେ ପ୍ରାୟ ୨ ଲକ୍ଷ୍ୟ ଲୋକ ଭିଡ଼ ଜମାଇେବେ ବୋଲି ‘ନାସା‘ ପକ୍ଷରୁ କୁହାଯାଇଛି।

Spread the love