March 12, 2026

ଡ୍ରେସ୍‌କୋଡ: ଶିକ୍ଷୟିତ୍ରୀ ପିନ୍ଧିବେ ମଠା ଶାଢ଼ି

ଭୁବନେଶ୍ବର : ଯୋଜନା ଅନୁଯାୟୀ ୨୦୧୦ରେ ଲାଗୁଥିବା ଡ୍ରେସ୍‌କୋଡ୍‌ ନିୟମରେ ସଂଶୋଧନ ଅଣାଯିବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା କମ୍ପୋଜିଟ୍‌ ସ୍କୁଲରେ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ଲାଗି ଥିବା ଗୋଲାପି ଡ୍ରେସ୍‌କୋଡ୍‌ ଉଠିଯିବ। ତା’ ବଦଳରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷୟିତ୍ରୀ ମଠା ରଙ୍ଗର ଶାଢ଼ି ପିନ୍ଧିବେ, ଯେଉଁଥିରେ ମେରୁନ୍‌ ବର୍ଡର ରହିବ। ଶିକ୍ଷକଙ୍କ ଧଳା ସାର୍ଟକୁ କଳା ପ୍ୟାଣ୍ଟ ହେବ। ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କଳା ପ୍ୟାଣ୍ଟ ଓ ନୀଳ ସାର୍ଟ ପିନ୍ଧୁଛନ୍ତି। ଶିକ୍ଷୟିତ୍ରୀମାନେ ଗୋଲାପି ଶାଢ଼ି ଓ କଳା ବ୍ଲାଉଜ୍‌ ପରିଧାନ କରୁଛନ୍ତି। ଗୋଟିଏ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଭିନ୍ନଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିବାରୁ ପରସ୍ପର ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି। ତେଣୁ କମ୍ପୋଜିଟ୍‌ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକପ୍ରକାର ପୋଷାକ କରିବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି।

Spread the love