January 23, 2026

ଆସନ୍ତାକାଲି ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ନବୀନ

ଭୁବନେଶ୍ବର: ନୂଆବର୍ଷ ଦିନ ସ୍ଥାପନ ହେବ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର। ତ୍ରିଶୁଳିଆ ନିକଟ ରତଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ଏହା ଏକ ବଡ଼ ଭେଟି। ଏହା ସମ୍ପୂର୍ଣ୍ଣ ଭାବରେ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି ଏହାକୁ ସଫଳ କରିବାକୁ ଲାଗିପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିମାନବନ୍ଦର ଛକରୁ ସଚିବାଳୟ ମାର୍ଗ ଓ ନନ୍ଦନକାନନ ରାସ୍ତା ଦେଇ ତ୍ରିଶୁଳିଆ ପହଞ୍ଚିବେ। ଏହି ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ରାସ୍ତାରେ ଫୁଲ ବିଞ୍ଚିବେ। ଏଥିପାଇଁ ଏକ ବଡ଼ ଆୟୋଜନ ଆରମ୍ଭ ହୋଇଯାଇଛି। ଏକାମ୍ର, ମଧ୍ୟ, ଉତ୍ତର ଓ ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ଲୋକ ଆସି କିଭଳି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ସେଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କାର୍ଯ୍ୟକ୍ରମର ନୀଳ ନକ୍ସା ପ୍ରସ୍ତୁତ ହୋଇଛି। ମିଳିଥିବା ତାଜା ସୂଚନା ମୁତାବକ ନବୀନ ଆସନ୍ତାକାଲି ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ବିମାନବନ୍ଦର ଛକ ଯିବେ

Spread the love