ପୁରୀ : ଡିସେମ୍ବର ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ୱିତୀୟ ଭୋଗ ମଣ୍ଡପ ପରଠାରୁ ମରାମତି କାର୍ଯ୍ୟ ଆରମ୍ଭ ହେବ । ଦିନକୁ ଚାରିରୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ କାମ ଚାଲିବ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମରାମତି କାର୍ଯ୍ୟ । ଭିଡ଼କୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ । ବାହାର କାଠ ନିକଟରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ବିଶେଷ ନୀତି କାନ୍ତି ଥିବା ଦିନ ରତ୍ନଭଣ୍ଡାର କାର୍ଯ୍ୟ ବନ୍ଦ ରହିବ । ମଙ୍ଗଳବାର ବସିଥିବା ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଙ୍କ ଏହି ସୂଚନା ଦେଇଛନ୍ତି ।
ତିନି ମାସ ଭିତରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ପରେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ । ପରେ ରତ୍ନଭଣ୍ଡାର ଘରେ ରତ୍ନ ଅଳଙ୍କାର ଗଣତି ମଣତି କରାଯିବ । ମରାମତି ସମୟରେ ଏଏସଆଇ ସହ ଅଧିକୃତ ସେବାୟତ ରହିବେ । ସେହିପରି ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ କରିଛି । ଦେବାଭିଷେକ ଓ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି ।
More Stories
ସୁଜିତ କୁମାର ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ !!!
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି