March 22, 2026

ଧୋଇଗଲା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦

ଗୌହାଟୀ,୬/୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆୟୋଜିତ ହେଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ରବିବାର ବର୍ଷାରେ ଧୋଇଯାଇଛି। ଟସ୍ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇନପାରିବାରୁ ଏହାକୁ ବାତିଲ କରାଯାଇଛି। ତବେ ପରେ ବର୍ଷା ବନ୍ଦ ହୋଇଥିଲେ ହେଁ ଆଉଟ୍ ଫିଲ୍ଡ ଓ ପିଚ୍ ଓଦା ରହିବାରୁ ଅମ୍ପାୟାର ମ୍ୟାଚକୁ ବାତିଲ କରିଛନ୍ତି। ଏଥିସହ ନୂଆ ବର୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଛି। ଟସ୍ ପରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ଆରମ୍ଭ ହୋଇଥିବାବେଳେ ପ୍ରାୟ ୮ଟାବେଳେ ବନ୍ଦ ହୋଇଥିଲା। ମାତ୍ର ପିଚ୍ ଇନ୍ସପେକ୍ସନ୍ ପରେ ଅମ୍ପାୟାର ମ୍ୟାଚ୍ ନକରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Spread the love