March 9, 2026

ସ୍ମାର୍ଟକାର୍ଡରେ ରହିବ ‘ସ୍ୱିଚ୍ ଅନ୍‌-ଅଫ୍‌’ ବ୍ୟବସ୍ଥା !

ସ୍ମାର୍ଟକାର୍ଡରେ ରହିବ ‘ସ୍ୱିଚ୍ ଅନ୍‌-ଅଫ୍‌’ ବ୍ୟବସ୍ଥା !

ନୂଆଦିଲ୍ଲୀ: ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡରେ ହେଉଥିବା ଠକେଇ ରୋକିବା ପାଇଁ ଏକ ନୂତନ ବ୍ୟବସ୍ଥା ଜାରି କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଡିଜିଟାଲ୍ କାରବାରକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିନକୁ ଦିନ କାର୍ଡ ମାଧ୍ୟମରେ ଅର୍ଥ କାରବାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଗ୍ରାହକମାନେ ଅଧିକାଂଶ ସମୟରେ ବିଭିନ୍ନ ଉପାୟରେ ଠକାମିର ଶିକାର ହେଉଥିବାରୁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ‘ସ୍ୱିଚ୍ ଅନ୍‌’ ଏବଂ ସ୍ୱିଚ୍ ଅଫ୍‌’ ବ୍ୟବସ୍ଥା କରିବାକୁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଡିଜିଟାଲ୍ କାର୍ଡ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକମାନେ ଏହି ବ୍ୟବସ୍ଥାକୁ ଆବଶ୍ୟକସ୍ଥଳେ ଉପଯୋଗ କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏଥିନେଇ ଏକ ସର୍କୁଲାର ଜାରି କରାଯିବା ସହିତ ସମସ୍ତ ଏଟିଏମ୍‌, ପିଓଏସ୍ ଏବଂ ଅନ୍‌ଲାଇନ୍ କାରବାର କ୍ଷେତ୍ରରେ ଏହାକୁ ଲାଗୁ କରିବାକୁ କୁହାଯାଇଛି।

Spread the love