January 24, 2026

ଜେପି ନଡ୍ଡା ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୦/୧: ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ବରିଷ୍ଠ ନେତା ଜଗତ ପ୍ରସାଦ ନଡ୍ଡା ସୋମବାର ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ଦଳର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଥିଲେ। ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ତାଙ୍କ ନାମକୁ ପୂର୍ବ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ରାଜନାଥ ସିଂହ ଏବଂ ନତୀନ ଗଡ଼କରୀ ପ୍ରସ୍ତାବ ଦେଇଥିଲେ। ଏହାପରେ ଶ୍ରୀ ନଡ୍ଡା ସର୍ବସମତ୍ତି କ୍ରମେ ନିର୍ଦ୍ୱନ୍ଦ୍ୱରେ ଦଳର ନୂତନ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ହିମାଚଳ ପ୍ରଦେଶର ବାସିନ୍ଦା ୫୯ ବର୍ଷ ବୟସ୍କ ଜଗତ ପ୍ରସାଦ ନଡ୍ଡା ଛାତ୍ରାବସ୍ଥାରୁ ଏବିଭିପିର ଜଣେ ସଂଗଠକ ଥିଲେ। ପରେ ସେ ବିଜେପିରେ ଯୋଗଦେଇ ସକ୍ରିୟ ରାଜନୀତିକୁ ଆସିଥିଲେ। ତେବେ ବିଜେପିରେ ଜଣେ ନିରବ ନୀତି ନିର୍ଦ୍ଧାରକ ଭାବେ ସେ ବେଶ ଜଣାଶୁଣା। ୨୦୧୪ରେ ସେ ମୋଦୀ ୧.୦ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Spread the love