ଅମୃତସର: ପାକିସ୍ତାନରୁ ପ୍ରାୟ ୨୦୦ ଜଣ ହିନ୍ଦୁ ସୋମବାର ଆଗନ୍ତୁକ ଭିଜା ବଳରେ ଭାରତରେ ପହଂଚିଛନ୍ତି । ସେମାନଙ୍କ ମଧ୍ୟରୁ କେହି ପାକିସ୍ତାନ ଫେରିଯିବାକୁ ଚାହାନ୍ତି ନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ଆଣିବା ପରେ ଏମାନେ ନୂଆ ଆଶା ନେଇ ଭାରତକୁ ଆସିଛନ୍ତି । ପଡ଼ୋଶୀ ଦେଶର ଏହି ସଂଖ୍ୟାଲଘୁମାନେ ଭାରତରେ ନାଗରିକତ୍ୱ ହାସଲ ପାଇଁ ଆଗ୍ରହୀ । ଅଟାରି ବର୍ଡରରେ ଅକାଳୀ ଦଳ ନେତା ତଥା ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ମଜିନ୍ଦର ସିଂ ସିରସା ପାକିସ୍ତାନରୁ ଆସିଥିବା ୪ ପରିବାରକୁ ସ୍ୱାଗତ କରିଥିଲେ । ସିରସାଙ୍କ ମତରେ ଏହି ଲୋକମାନେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଏଠାକୁ ଚାଲିଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସିନ୍ଧ ଓ କରାଚୀ ବାସିନ୍ଦା ।
More Stories
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ
ପରଲୋକରେ ପରଭେଜ୍ ମୁଶାରଫ୍
ନେତାଜୀ ଜୟନ୍ତୀ ଅବସରରେ ଆଇକନିକ୍ ସପ୍ତାହ ପାଳିବ ସ୍ବରାଷ୍ଟ୍ର ମନ୍ତ୍ରାଳୟ