December 7, 2025

‘ପ୍ରହାର’ ଆଧାରରେ ବିକଶିତ ହେବ ‘ପ୍ରନଶ’: ୨୦୦ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରିବ

ଲକ୍ଷ୍ନୌ,୭/୨: ୨୦୦ କିଲୋମିଟର୍‌ ଦୂରରୁ ଲକ୍ଷ୍ୟଭେଦ କରିବା ଭଳି ଗୋଟାଏ ନୂଆ ‘ଟାକ୍ଟିକାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ‘ପ୍ରନଶ’ର ନିର୍ମାଣ ନିମନ୍ତେ ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’(ଡିଆର୍‌ଡିଓ) କାର୍ଯ୍ୟ ଆରମ୍ଭ କରିଛି। ଏ ନେଇ ଦୁଇଜଣ ବରିଷ୍ଠ ବିଭାଗୀୟ ଅଧିକାରୀ ଗୁରୁବାର ସୂଚନା ଦେଇଛନ୍ତି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ଡିଆର୍‌ଡିଓ ‘ପ୍ରହାର’ କ୍ଷେପଣାସ୍ତ୍ର ଆଧାରରେ ତିଆରି କରୁଛି। ‘ପ୍ରହାର’ ୧୫୦ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରୁଥିବାବେଳେ ‘ପ୍ରନଶ’ ୨୦୦ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରିବ ବୋଲି ଜଣାପଡ଼ିଛି। ଅଣ-ଆଣବିକ ଶସ୍ତ୍ରବାହୀ ‘ପ୍ରନଶ’ର ପରୀକ୍ଷଣ ୨୦୨୧ ଶେଷ ଆଡ଼କୁ କରାଯିବ ବୋଲି ସୂଚନା ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ଏହା ଏହି ରେଞ୍ଜ୍‌ର ବିଶ୍ୱର ସବୁଠୁ ଶସ୍ତା କ୍ଷେପଣାସ୍ତ୍ର ହେବ ବୋଲି ଜଣାପଡ଼ିଛି।

Spread the love