September 12, 2025

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ,୧୪/୨: ଢେଙ୍କାନାଳ ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଏବଂ ସହରର ବାଜି ଚୌକଠାରେ ଥିବା ପୁରୁଣା ହସ୍ପିଟାଲ୍ ବିଲ୍ଡିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ମିଳିତ ନାଗରିକ କ୍ରିୟାନୁଷ୍ଠାନ କମିଟି  ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ସନ୍ଧ୍ୟା ୬ଟା ଯାଏ ଚାଲିବ। ଏହି ବନ୍ଦ ଡାକରାରେ ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜୀବୀଙ୍କ ସହ ବଣିକ ସଂଘ, ଓକିଲ ସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ, ମିଳିତ ବଜାର ପୂଜାବଜାର କମିଟି, ବରିଷ୍ଠ ନାଗରିକ ମଞ୍ଚ, ଜଗତ ଉଦ୍ଧାର ମଞ୍ଚ, ବେସରକାରୀ ବସ୍ ମାଲିକ ସଂଘ ଏବଂ ଟ୍ରକ୍ ମାଲିକ ସଂଘ ସାମିଲ ହୋଇଛନ୍ତି। ଏଥିଯୋଗୁଁ ସହରରେ ଦୋକାନ ବଜାର ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଅଧିକାଂଶ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିଥିବା ଜଣାପଡ଼ିଛି।

Spread the love