July 12, 2025

‘୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର’

 

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ଜମି ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ୨୦ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ଅଭିଯୋଗ ଘଟଣାକୁ ଚାପିଦେବାକୁ ବସିଛନ୍ତି ରାଜ୍ୟ ସରକାର। ଜମି ଦୁର୍ନୀତି ନେଇ ବିଜେଡି ବିରୋଧରେ ଏଭଳି ଅନେକ ଅଭିଯୋଗ ରହିଛି। ଯଦି ଏହା ସତ ହୋଇଥାଏ, ତାହେଲେ ସରକାର ଦୁର୍ନୀତିର ଗନ୍ତାଘର ବୋଲି କୁହାଯିବ। ତା’ସହ ଏଭଳି ଦୁର୍ନୀତି ଅଭିଯୋଗ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ନିରଞ୍ଜନ କହିଛନ୍ତି।

 

Spread the love