July 3, 2025

ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡ଼ିବେ ପତ୍ନୀ ମେଲାନିଆ

 

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ପରେ ପୁଣି ଏକ ସମସ୍ୟାରେ ଫଶି ଯାଇଛନ୍ତି ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ରାଜନୈତିକ କ୍ୟାରିୟରରେ ଏକ ବଡ ବିଫଳତାକୁ ସାମ୍ନା କରିବା ପରେ ପାରିବାରିକ ସମସ୍ୟା ଏବେ ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏକ ଖବରରୁ ଜଣାଯାଇଛି, ପତ୍ନୀ ମେଲାନିଆ ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡୁଛନ୍ତି।

ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବତନ ସହଯୋଗୀଙ୍କ କହିବା ଅନୁଯାୟୀ, ମେଲାନିଆ  ଅପେକ୍ଷା କରିଛନ୍ତି, ଟ୍ରମ୍ପ କେବେ ଅଫିସରୁ ବାହାରକୁ ଆସିବେ ଏବଂ ସେ ତାଙ୍କୁ ଡିଭୋର୍ସ ଦେବେ। ଏ ନେଇ ଏକ ଖବର ୟୁକେ ଡେଲିମେଲ୍‌ର ରବିବାର ସଂସ୍କରଣରେ  ପ୍ରକାଶ ପାଇଛି।

ଯାହା ଜଣାପଡ଼ୁଛି, ଟ୍ରମ୍ପ ଦମ୍ପତିଙ୍କ ପାରିବାରିକ ସମ୍ପର୍କ ଏତେ ଭଲ ନ ଥିଲା।  ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ଥିବା ମେଲାନିଆ ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ଷ୍ଟେଫ୍‌ନି ବୋଲ୍‌କାଫ୍‌ କହିଛନ୍ତି, ହ୍ୱାଇଟ୍‌ ହାଉସରେ ଟ୍ରମ୍ପ ଦମ୍ପତିଙ୍କ ବେଡ୍‌ରୁମ୍ ଅଲଗା ଥିଲା। ସେମାନଙ୍କ ବିବାହ ଚୁକ୍ତି ଭିତ୍ତିକ ଥିଲା। ଏପରିକି ଟ୍ରମ୍ପ ରାଷ୍ଟ୍ରପତି ହେବାପରେ ମେଲାନିଆ ହ୍ୱାଇଟ୍‌ ହାଉସକୁ ଆସିବା ପାଇଁ ୫ ମାସ ସମୟ ନେଇଥିଲେ। ପୁଅ ବାରୋନ ପାଠ ପଢା ବାହନା ଦେଖାଇ ନ୍ୟୁ ୟର୍କରୁ ୱାଶିଂଟନ ଯିବା ପାଇଁ ୫ ମାସ  ସମୟ ଗଡ଼ାଇ ଦେଇଥିଲେ ମେଲାନିଆ ।

ଯାହା ବି ହେଉ, ଷ୍ଟେଫ୍‌ନିଙ୍କ କହିବା ଅନୁଯାୟୀ, ବାରୋନ ଯେପରି ତାଙ୍କ ସମ୍ପତ୍ତିର ସମାନ ଅଂଶୀଦାର ହୋଇପାରିବ ସେ ନେଇ ଟ୍ରମ୍ପ ଏକ ଏଗ୍ରିମେଣ୍ଟ ପ୍ରସ୍ତୁତ କରୁଛନ୍ତି।

ଅନ୍ୟଜଣେ ସହଯୋଗୀ ଓମାରୋଜା ମେନିଗାଲ୍‌ଟ ନ୍ୟୁମେନ କହିଛନ୍ତି, ଟ୍ରମ୍ପ ଦମ୍ପତିଙ୍କର ୧୫ ବର୍ଷର ବୈବାହିକ ସମ୍ପର୍କ ଛିନ୍ନ ହେବାକୁ ଯାଉଛି। ମେଲାନିଆ ପ୍ରତିଟି ମୁହୂର୍ତ୍ତକୁ ଗଣୁଛନ୍ତି କେତେବେଳେ ଟ୍ରମ୍ପ ଅଫିସ ବାହାରକୁ ଆସିବେ ଏବଂ ସେ ଛାଡପତ୍ର ଦେବେ।

Spread the love