
ପାରଳାଖେମୁଣ୍ଡି: ରାସ୍ତା ଉପରେ ପ୍ରସବ କଲେ ମହିଳା। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜନହର ସାମନା ମୁଖ୍ୟ ରାସ୍ତାରେ ମହିଳା ଜଣକ ଭିକ୍ଷାବୃତ୍ତି କରୁଥିବା ସୂଚନା ମିଳିଛି। ପ୍ରସବ ବେଦନା ଆରମ୍ଭ ହେବାରୁ ମେଡିକାଲ ଅଭିମୁଖେ ବାହାରିଥିବା ବେଳେ ସେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି।
ତେବେ ରାସ୍ତାରେ ଏପରି ଗୁରୁତର ଅବସ୍ଥାରେ ଦେଖି କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକେ ମହିଳାଙ୍କୁ ସହଯୋଗ କରିଥିଲେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।
ପ୍ରସବ ପୂର୍ବରୁ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଅଭିଯୋଗ ନେଇ ସିଡିଏମଓଙ୍କ ପ୍ରତିକ୍ରିୟା ମିଳିପାରିନି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍