March 11, 2026

ବରଗଡ଼: ଅଟୋକୁ ପିଟିଲା ଟ୍ରକ୍, ୩ ମୃତ

 

ବରଗଡ଼: ବରଗଡ଼ ସହର ଉପକଣ୍ଠସ୍ଥ ସରସରା ଗାଁ ନିକଟରେ ଦୀପାବଳି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଚାଲି ଯାଇଛି। ଏଯାବତ୍ ମୃତକମାନଙ୍କ ପରିଚୟ ମିଳିନାହିଁ। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଦୁର୍ଘଟଣା ଘଟିଛି। ୩ଜଣ ଯୁବକ ଗୋଟିଏ ଅଟୋରେ ବରଗଡ଼ରୁ ବରପାଲି ଅଭିମୁଖେ ଯାଉଥିଲେ।

ଏତିକି ‌ବେଳେ ସମ୍ମୁଖରୁ ଆସୁଥିବା ଗୋଟିଏ ଟ୍ରକ୍‌ ଉକ୍ତ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋଟି ସଂପୂର୍ଣ୍ଣ ଚୁରମାର ହୋଇଛି। ସେଥିରେ ଥିବା ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

Spread the love