January 23, 2026

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

 

ପାଟନା: ଝାଡ଼ଖଣ୍ଡ ଜେଲ୍‌ରେ ଥିବା ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି। ଜେଲ୍‌ରେ ଥାଇ ଲାଲୁ ଫୋନ୍ ଯୋଗେ ବିହାରରେ ଏନ୍‌ଡିଏ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ବରିଷ୍ଠ ବିଜେପି ନେତା ସୁଶିଲ ମୋଦି ଅଭିଯୋଗ କରିଛନ୍ତି।

ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ସଂପର୍କରେ ଟ୍ୱିଟ୍ କରି ସେ କହିଛନ୍ତି ଯେ, ଲାଲୁ ଏହି ଫୋନ୍ ନମ୍ବରରୁ ଏନ୍‌ଡିଏର ବିଧାୟକଙ୍କୁ ଯୋଗାଯୋଗ କରୁଛନ୍ତି। ଫୋନ୍ କରି ସେମାନଙ୍କୁ ମନ୍ତ୍ରୀ ପଦର ଲୋଭ ଦେଖାଉଛନ୍ତି ବୋଲି ସୁଶିଲ ମୋଦି ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ସୁଶିଲ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ନମ୍ବରରେ କଲ୍ କରିବାରୁ ଲାଲୁ ନିଜେ ଫୋନ୍ ରିସିଭ କଲେ। ଏଭଳି ନ କରିବାକୁ ସେ ଲାଲୁଙ୍କୁ କହିଥିବା ସୁଶିଲ ତାଙ୍କ ଟ୍ୱିଟରେ ଦର୍ଶାଇଛନ୍ତି। ତା ଛଡ଼ା ବିଧାୟକଙ୍କୁ ପ୍ରଲୋଭନ ଦେଖାଇବାର ଏକ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଶେୟାର ହୋଇଥିବା ଶୁଣିବାକୁ ମିଳୁଛି।

Spread the love