
କଟକ: କଟକ ନୟାସଡ଼କ ସ୍ଥିତ ଅର୍ଥଲଗାଣକାରୀ ସଂସ୍ଥା IIFLରୁ କୋଟି କୋଟି ଟଙ୍କାର ସୁନା ଲୁଟ୍ ମାମଲାରେ ୧୦ କିଲୋ ସୁନା ଜବତ ହେଲାଣି। କମିଶନରେଟ୍ ପୋଲିସ୍ର ଏକ ତଦନ୍ତକାରୀ ଟିମ୍ ପୁରା ମାମଲା ଯାଞ୍ଚ କରୁଛନ୍ତି।
ଖାଲି କଟକ ନୁହେଁ ମୁମ୍ବାଇ ହେଡ୍ ଅଫିସ୍ ସହ ମଧ୍ୟ ଯୋଗାଯୋଗ ରଖାଯାଇଛି। ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ୍ କମିଶନର ସୁଂଧାଶୁ ଷଡ଼ଙ୍ଗୀ ସନ୍ଦେହ କରିଛନ୍ତି। ଏବେ ଯାଏ ୧୦ ଜଣଙ୍କୁ ଗିରଫ କରାଯାଇଛି। ଲାଲା ଅମ୍ରିତ ରାୟକୁ ଅନ୍ୟ କେଉଁ ମାନେ ସହଯୋଗ କରିଛନ୍ତି ସେ ନେଇ ଏବେ ଖୋଳତାଡ଼ ଚାଲିଛି।
ଗ୍ରାହକମାନେ ସେମାନଙ୍କ ସୁନା ଫେରି ପାଇବେ। ସୁନା ଉପରେ ବୀମା ରହିଛି। ତେଣୁ ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି IIFL ମ୍ୟାନେଜର୍ ଅୟନ୍ ଶାହା ରାୟ କହିଛନ୍ତି।
ସୂଚନାଥାଉ କି, କିଛିଦିନ ତଳେ କଟକ IIFL ଶାଖାରୁ ୧୦ କୋଟିରୁ ଅଧିକ ମୂଲ୍ୟର ସୁନା ଓ ଟଙ୍କା ଲୁଟ୍ ହୋଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍